ଛାତ୍ର କଂଗ୍ରେସର କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍‍ ଦାସଙ୍କ ସଂଯୋଜନାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍‍ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଛାତ୍ର କଂଗ୍ରେସ କର୍ମକର୍ତା ଓ ବରିଷ୍ଠ ନେତାମାନେ ସଚେତନତା ସ୍ଲୋଗାନ ଦେଇ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ୍‍ ଛକରେ ଅଟୋ ଚାଳକ, ମଟର ସାଇକେଲ ଆରୋହୀ, ଓ ସାଧାରଣ ଜନତାଙ୍କ ଠାରେ ମାସ୍କ ଲଗାଇ କରୋନାରୁ ମୁକ୍ତି ପାଇବା ପାଇଁ ସଚେତନତା କରାଇ ଥିଲେ। ନିୟମିତ ହାତ ସଫା କରିବା ସହ, ରୋଗୀ ଠାରୁ ଦୂରେଇ ରହିବାକୁ ବାର୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ନିରଞ୍ଜନ ନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜ୍ଞାନଦେବ ବେହୁରା, ଚିନ୍ମୟ ସୁନ୍ଦର ଦାସ, ନରେଶ ମହାନ୍ତି, ଛାତ୍ରନେତା ସମ୍ଭବ ପଟ୍ଟନାୟକ, ମଣିରତ୍ନ ସ୍ୱାଇଁ, ଜିତେନ୍ଦ୍ର ସାମନ୍ତରାୟ, ପ୍ରତ୍ୟୁଷ ଦାସ, ଅମୂଲ୍ୟ କୁମାର ଶତପଥି, ଅମିତ୍‍ ରାୟ, ସଂଜୀବ ଶିବାଶିଷ, ସୌମ୍ୟ ରଂଜନ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ।

Comments are closed.