ରାଜଭବନ ସମ୍ମୁଖରେ ଦାବିପତ୍ର ରଖି କଂଗ୍ରେସର ଧାରଣା

ଭୁବନେଶ୍ୱର: ରାଜ୍ୟପାଳ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ରାଜଭବନ ଭିତରକୁ ଛଡାଯାଉନାହିଁ। ଏଭଳି ଅଭିଯୋଗ ଆଣି ଶନିବାର କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନେ ରାଜଭବନ ସମ୍ମୁଖରେ ଦାବିପତ୍ର ରଖି ଧାରଣାରେ ବସିଛନ୍ତି। ଏଥିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଭୂଜବଳ ମାଝୀ ଏବଂ ନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି।

Comments are closed.