କଂଗ୍ରେସ କର୍ମୀଙ୍କ ଜିଲା କାର୍ଯ୍ୟକାରୀ ବୈଠକ

0

ବ୍ରହ୍ମପୁର: କଂଗ୍ରେସ କର୍ମୀଙ୍କୁ ରାଜ୍ୟ ସରକାରଙ୍କ ଇଙ୍ଗିତରେ ହଇରାଣ ହରକତ କରାଯିବା ସହ ବିନା କାରଣରେ ଥାନାକୁ ଡ଼କାଯାଇ ସେମାନଙ୍କୁ ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

କଂଗ୍ରେସ କମିଟିର ଅଭି​ଯୋଗ ଅନୁଯାୟୀ, ୨୪ ତାରିଖ ଦିନ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ରମେଶ ଜେନା ଛତ୍ରପୁର ଜେଲରୁ ଜାମିନରେ ମୁକୁଳିଥିଲେ। ତାଙ୍କୁ କଂଗ୍ରେସର କର୍ମୀ ଓ ନେତା ଶୁଭେଚ୍ଛା ଜଣାଇଥିଲେ । ତାକୁ ଦୃଷ୍ଟିରେ ରଖି ପଟୁଆରରେ ସାମିଲ୍ ଥିବା କିଛି କର୍ମୀମାନଙ୍କୁ ପୁଲିସ ଡ଼ାକି ଏହି ପ୍ରକାର ହଇରାଣ କରୁଛି। ଏଣୁ ପୁଲିସ ଯଦି ସେଥିରୁ ନିବୃତ୍ତ ନ ରୁହେ ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ତ୍ରିନାଥ ବେହେରା କହିଛନ୍ତି । ଏହି ବୈଠକରେ ଜିଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ସାକା ସୁଜିତ୍, ପୀତବାସ ପଣ୍ଡା, ଯୁବନେତା ବିଶ୍ୱଜିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply