ମାନିଲେ ନାରାଜ କଂଗ୍ରେସ ବିଧାୟକ ଥୋପଟେ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ତଥା ମନ୍ତ୍ରୀ ବାଲାସାହେବ ଥୋରାଟ କହିଛନ୍ତି, ମନ୍ତ୍ରୀ ପଦ ନ ମିଳିବା ଯୋଗୁ ନାରାଜ ଥିବା ବିଧାୟକ ସଂଗ୍ରାମ ଥୋପଟେଙ୍କ ମାନ ଭଂଜନ କରାଯାଇଛି। କଂଗ୍ରେସରେ ଏ ନେଇ କୌଣସି ମତଭେଦ ସୃଷ୍ଟି ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି ବାଲାସାହେବ। ସେ ସମ୍ବାଦଦାତାମାନଙ୍କୁ କହିଛନ୍ତି, ମହାରାଷ୍ଟ୍ରରେ ତିନୋଟି ଦଳକୁ ନେଇ ସରକାର ଗଠନ ହୋଇଥିବା ଦୃଷ୍ଟିରୁ ସମସ୍ତଙ୍କୁ ମନ୍ତ୍ରୀ ପଦ ଦେବା ସମ୍ଭବ ନୁହେଁ। ଥୋରାଟ କହିଛନ୍ତି ଯେ ସେ ଥୋପଟେଙ୍କ ସହ କାଲି ରାତିରେ କଥା ହୋଇଥିଲେ ଓ କହିଥିଲେ ଯେ କଂଗ୍ରେସ ଏକ ପରିବାର ସଦୃଶ ଏବଂ ସେଥିରେ ସମସ୍ତଙ୍କ ଭୂମିକା ରହିଛି।

ଅନ୍ୟ ପକ୍ଷରେ କଂଗ୍ରେସ ନେତା କହିଛନ୍ତି, ମେଣ୍ଟ ସରକାରରେ କଂଗ୍ରେସକୁ କମ ମନ୍ତ୍ରୀ ପଦ ମିଳିଛି। ଥୋପଟେଙ୍କୁ ମନ୍ତ୍ରୀ ପଦ ନ ମିଳିବା ପ୍ରତିବାଦରେ ତାଙ୍କ ସମର୍ଥକ ମଙ୍ଗଳବାର ପୁନେ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ପୁଲିସ ମଧ୍ୟ ଏହି ଘଟଣାରେ ୧୯ ଜଣଙ୍କୁ ଗିରଫ କରିଥିଲା ଯେଉଁମାନଙ୍କୁ ପରେ ଜାମିନରେ ଛାଡିଥିଲା।

Comments are closed.