ସୁନ୍ଦରୀ ପ୍ରତିଯୋଗିତା ବିଜୟିନୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ନାରୀ ଶକ୍ତି ଆଣ୍ଡ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ୨୦୨୦-୨୧ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶା ବ୍ରାଣ୍ଡ ଅମ୍ବାସଡର ପଦକ ହାସଲ କରିଥିବା ବ୍ରହ୍ମପୁର ସୋମନାଥ ନଗର ପ୍ରଥମ ଲାଇନର ଅନିତା ପାତ୍ରଙ୍କୁ ଏବେ ଶୁଭେଚ୍ଛାର ଶୂଅ ଛୁଟୁଛି। ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଅନିତା ଏହି ଟ୍ରଷ୍ଟର ସଦସ୍ୟା ହୋଇଥିବାରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଟ୍ରଷ୍ଟ ସଦସ୍ୟ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଏପ୍ରିଲ ୭ ଠାରୁ ୯ ତାରିଖରେ ଦୁବାଇ ଠାରେ ଏହି ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ମହିଳା ଭାଗନେଇଥିଲେ

ଟ୍ରଷ୍ଟ ପ୍ରତିଷ୍ଠାତା ରଞ୍ଜନା ମିଶ୍ର ଏହି ଅବସରରେ ଅନିତାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଗଞ୍ଜାମ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା କହିଥିଲେ। ଅନିତା ତାଙ୍କ ସଫଳତାର ଶ୍ରେୟ ସ୍ୱାମୀ ରାମ ପ୍ରସାଦ ପାତ୍ର ଓ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ଓ ପରିଜନଙ୍କୁ ପ୍ରଦାନ କରିଥିଲେ। ସମସ୍ତଙ୍କ ଭଲପାଇବା ଯୋଗୁଁ ଆଜି ସେ ଏଠାରେ ପହଞ୍ଚି ପରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ବଶୁର ଏସ. ବଙ୍ଗାଳି ପାତ୍ର,ଶାଶୁ ଏସ. ପୁଷ୍ପାଞ୍ଜଳି ପାତ୍ର, ସୋନମ ଦାସ, ସସ୍ମିତା ସାହୁ,ଶିଖା ସୁମନ ପାତ୍ର, କଳ୍ପନା ନାୟକ, ତମନା ନାୟକ, ଅର୍ଚିତ ବି. ପାତ୍ର, ସଂଯୁକ୍ତା ସାହୁ, ସୁମନ ଜ୍ୟୋତି ମହାପାତ୍ର, ଏସ.ସୁନିତା ସରବ, ଏସ. ମନୋରଞ୍ଜନ ସରବ, ସି.ଏଚ.ପ୍ରୀତି ପ୍ରଧାନ, ଜମୁଲା ଅର୍ଣ୍ଣିତ, ସି.ଏଚ.ଏମ ପାତ୍ର, ସି.ଏଚ.ପ୍ରୀତମ ପାତ୍ରଙ୍କ ବହୁ ସହରବାସୀ ଉପସ୍ଥିତ ଥିଲେ।

Comments are closed.