କଙ୍ଗୋରେ ଖଣି ଦୁର୍ଘଟଣା ; ୪୩ମୃତ

କିନଶାଶା : ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ (ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ)ର ଦକ୍ଷିଣ-ପୂର୍ବାଞ୍ଚଳ ଲୁଆଲାବା ପ୍ରଦେଶରେ ଥିବା ଏକ ତମ୍ବା ଓ କୋବାଲ୍ଟ ଖଣିରେ ଦୁର୍ଘଟଣା ଘଟି ୪୩ ଶ୍ରମିକ ପ୍ରାଣ ହରାଇଛନ୍ତି। ଗ୍ଳେନକୋର ଓ କାମୋଟୋକ କମ୍ପାନୀ ଦ୍ବାରା ପରିଚାଳିତ ଖୋଲା ତମ୍ବା ତଥା କୋବାଲ୍ଟ ଖଣିରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। ଖଣିର ଅତଡ଼ା ଧସିବାରୁ ଶ୍ରମିକମାନେ ଏହା ତଳେ ଚାପି ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି; ତେବେ ଏହି ଅଞ୍ଚଳରେ ଖଣି ଦୁର୍ଘଟଣା ଏକ ମାମୁଲି ଘଟଣା ପାଲଟିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଖଣି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଜାମ୍ବିଆ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳରେ ବିପୁଳ ପରିମାଣର ତମ୍ବା ଓ କୋବାଲ୍ଟ ଜମା ହୋଇରହିଛି। ପ୍ରାୟ ୨୦୦୦ ଖଣି ବେଆଇନ ଭାବେ ଚାଲିଛି।

Comments are closed.