ଗୋଡ୍‌ସେ ବିବାଦ: ଟ୍ବିଟର, ଫେସବୁକ୍‌ ପ୍ରୋଫାଇଲରେ ଗାନ୍ଧିଜୀଙ୍କ ଫଟୋ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ନେତାମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ପ୍ରଶଂସା କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣକ ପରେ ଜଣେ ବିଜେପି ନେତା ଗୋଡ୍‌ସେଙ୍କୁ ପ୍ରଶଂସା କରିବା ସହ ଗାନ୍ଧିଜୀଙ୍କୁ ନିନ୍ଦା କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ କଂଗ୍ରେସ ଗାନ୍ଧିଜୀଙ୍କୁ ସମର୍ଥନ କରି ଶୁକ୍ରବାର ଦଳର ଫେସବୁକ ଏବଂ ଟ୍ବିଟର ଆକାଉଣ୍ଟର ପ୍ରୋଫାଇଲରେ ଗାନ୍ଧିଜୀଙ୍କ ଫଟୋ ସ୍ଥାନିତ କରିଛି। ଏହା ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ନେତାଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ବିଜେପି ଏବଂ ଆରଏସଏସ ଭଗବାନଙ୍କୁ ନୁହେଁ, ବରଂ ଗୋଡସେଙ୍କୁ ଭଲପାଆନ୍ତି ବୋଲି କହିଛନ୍ତି।

Comments are closed.