କଂଗ୍ରେସ ନେତାଙ୍କ ଅଭିଯୋଗ- ନିର୍ବାଚନୀ କାରସାଦିରେ ସୁପ୍ରିମକୋର୍ଟ ସମ୍ପୃକ୍ତ

ନୂଆଦିଲ୍ଲୀ: ଭୋଟ ଗଣତି ବେଳେ ସବୁ ବୁଥ୍‌ର ଇଭିଏମ ଭୋଟ ସହିତ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣତି କରିବା ଲାଗି ବିରୋଧୀମାନେ କରୁଥିବା ଦାବି ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁପ୍ରିମକୋର୍ଟ ବିରୋଧୀ ଦଳଗୁଡ଼ିକର ଆବେଦନକୁ ଖାରଜ କରି ଗୋଟିଏ ବିଧାନସଭା କ୍ଷେତ୍ରର କେବଳ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣନା କରିବାକୁ ନିର୍ଦେଶ ଦେଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଉଦିତ୍‌ ରାଜ। ସୁପ୍ରିମ କୋର୍ଟ ବି ଏହି ନିର୍ବାଚନୀ କାରସାଦିରେ ସମ୍ପୃକ୍ତ ଅଛନ୍ତି ବୋଲି ଉଦିତ ଅଭିଯୋଗ କରି ବିବାଦ ଘେରକୁ ଚାଲିଆସିଛନ୍ତି। ଏପରି କି ସେ ସୁପ୍ରିମକୋର୍ଟଙ୍କ ବିଶ୍ଵସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଉଦିତ୍‌ ରାଜ ଏକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି, ସୁପ୍ରିମକୋର୍ଟ କ’ଣ ପାଇଁ ଚାହୁଁନାହାନ୍ତି ଯେ ଭିଭିପାଟ୍‌ର ସବୁ ସ୍ଲିପ ଗଣନା ହେଉ। କ’ଣ କୋର୍ଟ ବି ଏହି କାରସାଦିରେ ସମ୍ପୃକ୍ତ ଅଛନ୍ତି ? ନିର୍ବାଚନୀ ପ୍ରକ୍ରିୟାରେ ଯେତେବେଳେ ପାଖାପାଖି ୩ମାସ ଧରି ସବୁ ସରକାରୀ କାମ ମାନ୍ଦା ପଡ଼ିଛି, ତେବେ ଭୋଟ ଗଣତିରେ ପ୍ରାୟ ୨/୩ ଦିନ ଅଧିକ ଚାଲିଗଲେ କ’ଣ ଅସୁବିଧା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଟ୍ବିଟ୍‌ରେ ଉଦିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ୟାଗ୍‌ କରିଛନ୍ତି।

Comments are closed.