‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା; ଟ୍ବିଟ୍‌ କରି ଧନ୍ୟବାନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବଇ: ଆମେରିକାର ହ୍ୟୁଷ୍ଟନରେ ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍‌ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମିଲିଦଙ୍କ ପ୍ରଶଂସା ଏବଂ ମୋଦୀଙ୍କ ଧନ୍ୟବାଦ ମେସେଜକୁ ନେଇ ଏବେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର ଧରିଛି।

ମୁମ୍ବଇର ପୂର୍ବତନ କଂଗ୍ରେସ ସଭାପତି ତଥା ଦକ୍ଷିଣ ମୁମ୍ବଇର ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ନିକଟରେ ଟ୍ବିଟ୍‌ କରି କହିଥିଲେ, ‘ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ ଭାରତର ମୃତୁ ଶକ୍ତି କୁଟନୀତି ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଥିଲା। ମୋ ବାପା ମୁରଲି ଦେଓରା ଭାରତ ଓ ଆମେରିକା ମଧ୍ୟରେ ଗଭୀର ସମ୍ପର୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ। ଟ୍ରମ୍ପଙ୍କ ଆତିଥ୍ୟତା ଏବଂ ଆମେରିକାରେ ରହୁଥିବା ଭାରତୀୟମାନଙ୍କ ଅବଦାନକୁ ମାନ୍ୟତା ପ୍ରଦାନ କରିବା ଆମ ପାଇଁ ଗର୍ବର ବିଷୟ।’

ଏହା ପରେ ମୋଦୀ ଟ୍ବିଟ କରି ମିଲିନ୍ଦ ଦେଓରାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି। ମିଲିନ୍ଦ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ନିକଟରେ ମଧ୍ୟ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେ ପ୍ରଶଂସା କରିଥିଲେ।

Comments are closed.