କଂଗ୍ରେସ ଭବନ ମାରପିଟ୍: ନିଲମ୍ବିତ ହେବେ ୬ ଯୁବ କଂଗ୍ରେସ ନେତା

ଯୁବ କଂଗ୍ରେସ ସଭାପତି କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ରିପୋର୍ଟ ଦେଇଛି ରଞ୍ଜୀବ ବିଶ୍ବାଳ କମିଟି । ସିସିଟିଭି ଫୁଜେଟ୍ ଆଧାରରେ ଏହାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟୂନ ୫/୬ ଜଣଙ୍କ ବିରୋଧରେ ଗଣ୍ଡଗୋଳ ପ୍ରମାଣ ମିଳିଛି ଏବଂ ସେହି ଅନୁସାରେ ରିପୋର୍ଟ ପ୍ରଦାନ କରାଯାଇଛି ।

ସୋମବାର କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ପରେ ଏପରି ସୂଚନା ଦେଇଛନ୍ତି ତଦନ୍ତକାରୀ କମିଟି ଅଧ୍ୟକ୍ଷ ରଞ୍ଜୀବ ବିଶ୍ବାଳ । ସେ କହିଛନ୍ତି ଯେ କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ନେତା ଓ କର୍ମୀଙ୍କ ଚିହ୍ନଟ ସରିଛି । ଆଜି ବୈଠକରେ ଗଣ୍ଡଗୋଳ ସଂକ୍ରାନ୍ତରେ ବିଷଦ ଆଲୋଚନା ହୋଇଛି । ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ପଠାଯିବ ।ଯେଉଁମାନେ କଂଗ୍ରେସ ପାଇଁ କାମ କରିବ ସେମାନେ ଦଳରେ ରହିବେ ଓ ସେମାନଙ୍କ ପାଇଁ ଦଳର ଫାଟକ ଖୋଲା । ମାତ୍ର ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କ ପାଇଁ କଂଗ୍ରେସ ଭବନ ଫାଟକ ବନ୍ଦ ରହିବ । ଦଳରେ ବିଶୃଙ୍ଖଳା କରାଯିବା ଦ୍ବାରା ଏକ ମନ୍ଦ ବାର୍ତା ଲୋକଙ୍ ପାଖକୁ ଯାଉଛି । ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ଗଣ୍ଡଗୋଳରେ ୫/୬ ଜଣ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି ।

Comments are closed.