ପ୍ରିୟଙ୍କା ଗାନ୍ଧୀଙ୍କୁ ଘରଛାଡ଼ ନୋଟିସ ପରେ କଂଗ୍ରେସ କ୍ଷୁବ୍ଧ

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲୋଦି ଇଷ୍ଟେଟର ୬ବି-୩୫ ଘର ଛାଡ଼ିବାକୁ ନୋଟିସ ପରେ କ୍ଷୁବ୍ଧ ହୋଇଛି କଂଗ୍ରେସ । ବିଜେପି ଓ ମୋଦୀ ସରକାର କଂଗ୍ରେସ ନେତୃତ୍ବ ପ୍ରତି ଘୃଣା ମନୋଭାବ ପୋଷଣ କରୁଛି ବୋଲି ଅଭିଯୋଗ କରିଛି । କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ଟ୍ବିଟ କରି ପ୍ରିୟଙ୍କାଙ୍କୁ ଘର ଛାଡ଼ିବା ନୋଟିସ ନେଇ ମୋଦୀ ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ ମୋଦୀଜୀ ଓ ଆଦିତ୍ୟନାଥଜୀ ପ୍ରିୟଙ୍କାଙ୍କ ଘର ଖାଲି କରିବା ପାଇଁ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି । ଏହି କୁଣ୍ଠିତ ସରକାରର ତୋଗଲକୀ ଫଇସାଲାରେ କଂଗ୍ରେସ ଡ଼ରିବ ନାହିଁ ବୋଲି କହିଛନ୍ତି ସୁରଜେୱାଲା।

ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ଓ ରାଜୀବ ଗାନ୍ଧିଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା । ସେ ଉତ୍ତରପ୍ରଦେଶ ସରକାର ବିରୋଧରେ ଲଗାତାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେଣୁ ବିଜେପି ଏଥିରେ ବିଚଳିତ ହୋଇ ପଡ଼ିଛି ବୋଲି ସୁରଜେୱାଲା କହିଛନ୍ତି ।

 

Comments are closed.