ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତିଯେ ସ୍ୱର୍ଗତ ବର୍ମା ଉଭୟ ରାଜନୀତି ଓ ସମାଜସେବା କ୍ଷେତ୍ରରେ ଥିଲେ ବେଶ ପରିଚିତ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ କରିଯାଇଥିବା କାର୍ୟ୍ୟକୁ ଲୋକେ ଆଜିବି ମନେ ରଖିଛନ୍ତି । ଶିକ୍ଷା ଓ ଶିକ୍ଷକମାନଙ୍କ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ଓ ରାଜ୍ୟ ବିହନ ନିଗମ ଓ ରାଜ୍ୟ କାଜୁ ନିଗମର ଅଧକ୍ଷ ଥାଇ ଅନେକ ପ୍ରଶଂସନୀୟ କାର୍ୟ୍ୟ କରି ଯାଇଛନ୍ତି । ତାଙ୍କ ବିୟୋଗ ସମଗ୍ର ରାଜନୀତି ତଥା ଶିକ୍ଷା ଜଗତ ପାଇଁ ଏକ ବିରାଟ କ୍ଷତି ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ଏଥିସହ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Comments are closed.