ଡାକ୍ତର ଶୁକଦେବ ସେଠୀଙ୍କ ପରଲୋକରେ ଶୋକସଭା

ଗୁରୁଡିଝାଟିଆ :  ରାଜ୍ୟ ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟବିଭାଗ ସ୍ୱତନ୍ତ୍ର ସଚିବ ତଥା ସମାଜ ଓ ଲୋକ ସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶୁକଦେବ ସେଠୀଙ୍କ ବିୟୋଗରେ ଏକ ସ୍ମୃତିସଭା ଚିକିତ୍ସାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଛି । ଡାକ୍ତର ସେଠୀ ଗୋପବନ୍ଧୁ ଚିକିତ୍ସାଳୟରେ ୫ବର୍ଷ ଧରି ଶଲ୍ୟ ଚିକିତ୍ସକ ଭାବରେ କାର୍ଯ୍ୟକରି ରୋଗୀଙ୍କ ହୃଦୟ ଜୟ କରିପାରିଥିଲେ । ଜଣେ ସରଳ ,ନିଷ୍କପଟ, ଅମାୟୀକ ତଥା ଉତ୍ତମ ଚିକିତ୍ସକ ଭାବରେ ସ୍ୱର୍ଗତ ସେଠୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶଙ୍କ ଅଧ୍ୟକ୍ଷତାରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ଡାକ୍ତର ଲୋକବନ୍ଧୁ ଦାସ, ପ୍ରତିଷ୍ଠାନର ଉପପ୍ରବନ୍ଧକ ନିତ୍ୟ ସୁନ୍ଦର ସିଏ ଓ ନର୍ସିଂ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ସ୍ୱର୍ଗତ ସେଠୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।

Comments are closed.