ଗାନ୍ଧୀବାଦୀ ଓଁକାର ଚାନ୍ଦଙ୍କ ବିୟୋଗରେ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ତଥା ହିମାଂଚଳ ପ୍ରଦେଶର ପୂର୍ବତନ ବିଧାୟକ ଏବଂ ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ଓଁକାର ଚାନ୍ଦଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ କର୍ମୀ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ ଚାନ୍ଦ ଜଣେ ଅତ୍ୟନ୍ତ ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ। ଶତ୍ରୁକୁ ମିତ୍ର କରିବାର କଳା ତାଙ୍କ ପାଖରେ ଥିଲା। ସେଥିପାଇଁ ସେ ଲୋକସେବକ ମଣ୍ଡଳରେ ଅଜାତଶତ୍ରୁ ଥିଲେ। ଡ. ଜ୍ଞାନେନ୍ଦ୍ର ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।