ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ, ବିଶିଷ୍ଟ ଶିକ୍ଷକ ନେତା, ରାଜ୍ୟ ବିହନ ନିଗମ ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଅଧକ୍ଷ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତିଯେ ସ୍ୱର୍ଗତ ବର୍ମା ରାଜନୀତି ସହିତ ଶିକ୍ଷକତା। ସମାଜସେବା ଭଳି ଅନେକ କ୍ଷେତ୍ରରେ ବେଶ ପାରଙ୍ଗମ ଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ତାଙ୍କ ଅବଦାନକୁ ଲୋକେ ଆଜିବି ମନେ ରଖିଛନ୍ତି। ଜଣେ ଶିକ୍ଷକ ନେତା ଭାବେ ତାଙ୍କର ଅନେକ ଅବଦାନ ରହିଛି ଓ ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ପାଇଁ ଏକ ବିରାଟ କ୍ଷତି ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Comments are closed.