ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଶୋକ

ନୂଆଦିଲ୍ଳୀ : ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି। ନିଜ ଟ୍ବିଟରେ ଶ୍ରୀ ନାଇଡୁ କହିଛନ୍ତି, ‘ରାଜ୍ୟସଭା ସଦସ୍ୟ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ବହୁତ ବ୍ୟଥିତ। ଶୋକ ସନ୍ତପ୍ତ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ହାର୍ଦ୍ଦିକ ସମବେଦନା ବ୍ୟକ୍ତ କରୁଛି।’ ଓମ୍ ଶାନ୍ତି !

 

Comments are closed.