ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ନରେନ୍ଦ୍ର ସ୍ବାଇଁଙ୍କୁ ଶ୍ରଦ୍ଧାଞ୍ଜଳି

ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ନରେନ୍ଦ୍ର ସ୍ବାଇଁଙ୍କୁ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କ ସ୍ମୃତିରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଛି। ଏହି ଅବସରରେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (କାର୍ଯ୍ୟାଳୟ) ସଞ୍ଜୟ ଦାସବର୍ମା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଏକାମ୍ର ବିଧାୟକ ଅଶୋକଚନ୍ଦ୍ର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ  ସଭାପତି ଅମରେଶ ପତ୍ରୀ, ଯୁବ କଲ୍ୟାଣ ବୋର୍ଡ଼ ଉପଦେଷ୍ଟା ବିଜୟ ନାୟକ, ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତା ଦେଓ, ମହିଳା କମିଶନର ମିନତୀ ବେହେରା, ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଏଲିନା ଦାସ,ଭାରତୀ ସିଂ ଆଦି ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ !

Comments are closed.