କରୋନାର ନୂଆ ପ୍ରକାରକୁ ନେଇ ଆଶଙ୍କା, ବ୍ରିଟେନରେ ଡିସେମ୍ବର ୩୦ ଯାଏଁ ଜାରି ହେଲା ଲକଡାଉନ

ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନାର ନୂଆ ପ୍ରକାର ପ୍ରଭାବ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା ପ୍ରତିବନ୍ଧକଗୁଡିକ ମଧ୍ୟ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ କରୋନାର ଏହି ନୂଆ ପ୍ରଭାବ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରିନାହିଁ। ସେ କହିଛନ୍ତି ଯେ ଏହି ନୂତନ ପ୍ରକାରର ଭୁତାଣୁ ପ୍ରକୃତ ଭୁତାଣୁ ଅପେକ୍ଷା କମ୍ ମାରାତ୍ମକ କିମ୍ବା ଅଧିକ ଓ ଏହା ଉପରେ ଟିକା କେତେ ପରିମାଣରେ ପ୍ରଭାବଶାଳୀ ତାହା ଜଣାପଡିନାହିଁ। ଏହି ଭୁତାଣୁ ବିଷୟରେ ଆମେ କମ୍ ସଚେତନ, ତେଣୁ ସତର୍କତା ଆବଶ୍ୟକ ବୋଲି ସେ କହିଛନ୍ତି।

ବ୍ରିଟେନର ସହର ଏବଂ ସହର ଆଖପାଖ ଅଞ୍ଚଳଗୁଡ଼ିକରେ ଲକଡାଉନ ଜାରି କରାଯାଇଛି। ଲଣ୍ଡନରେ ପୂର୍ବରୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମୟରେ କଠୋର ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ଗତକାଲି ଜାରି ନୂତନ ପ୍ରତିବନ୍ଧକ ଆଜି ସକାଳ ଠାରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଏକ ଟିଭି ବାର୍ତ୍ତାରେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ବହୁତ କିଛି ଜାଣିନାହୁଁ। ଆମେ ଜାଣୁ ଯେ ଏହି ନୂତନ ଜୀବାଣୁ ଦ୍ରୁତ ଗତିରେ ବ୍ୟାପୁଛି, କିନ୍ତୁ ଏହା ସାଂଘାତିକ କି ନୁହେଁ ଆମେ ଜାଣି ନାହୁଁ।

Comments are closed.