ବ୍ୟାଙ୍କରେ ଜମା ହୋଇଥିବା ପରିମାଣ ବିଷୟରେ ଚିନ୍ତା କର ନାହିଁ: ଆରବିଆଇ

ମୁମ୍ବଇ : ୟେସ୍ ବ୍ୟାଙ୍କର ସଙ୍କଟ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ବୁଡିଯିବା ନେଇ ହେଉଥିବା ଗୁଜବକୁ ନେଇ ମତ ଦେଇଛି। ଆରବିଆଇ ଏକ ବିବୃତ୍ତିରେ କହିଛି ଯେ ୟେସ୍ ବ୍ୟାଙ୍କ ସଙ୍କଟ ପରେ ଦେଶର ଗଣମାଧ୍ୟମ ଦେଶର ବିଭିନ୍ନ ବ୍ୟାଙ୍କରେ ଜମାକାରୀଙ୍କ ଜମା ସୁରକ୍ଷାକୁ ନେଇ ଉଦବେଗଜନକ ମତ ଦେଇଛନ୍ତି, ଯାହା ତ୍ରୁଟିପୂର୍ଣ୍ଣ ବିଶ୍ଳେଷଣ ଉପରେ ଆଧାରିତ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଉପରେ ତୀକ୍ଷ୍ନ ନଜର ରଖିଛି ଏବଂ ଜମାକାରୀମାନଙ୍କୁ ଏହା ନିଶ୍ଚିତ କରାଯାଉଛିକି ଯେ କୌଣସି ବ୍ୟାଙ୍କରେ ସେମାନଙ୍କ ଜମା ରହିଛି ତାହା ସୁରକ୍ଷିତ ରହିଛି। ଜମାରାଶିକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ।

Comments are closed.