ଭାରତରେ ବିକ୍ରି ହୋଇଯିବ ଲୋକପ୍ରିୟ ଏନର୍ଜି ଡ୍ରିଙ୍କ କମ୍ପ୍ଲାନର ମୂଳ କମ୍ପାନୀ

0

ନୂଆଦିଲ୍ଲୀ .- କମ୍ପ୍ଲାନ ଓ ଗ୍ଲୁକୋନ ଡି ସହ ଅନେକ ପ୍ୟାକେଜଡ୍‌ ଖାଦ୍ୟ ପ୍ରସ୍ତୁତ କରୁଥିବା ହେଇଞ୍ଜ କୁ  ଜାଇଡସ୍‌ କିଣିବ ବୋଲି ସୂଚନା ମିଳିଛି । ଭାରତରେ ଚାଲୁଥିବା ହେଇଞ୍ଜ୍‌ ର ବିଭିନ୍ନ ବ୍ୟବସାୟକୁ ଜାଇଡସ୍‌ କିଣିବ । ଜାଇଡସ୍‌ ଓ୍ୱେଲ୍‌ନେସ୍‌ ଓ ଏହାର ସହାୟକ କମ୍ପାନୀ କାଡିଲା ହେଲ୍ଥ କେୟାର ମିଳିତ ଭାବରେ ହେଇଞ୍ଜ୍ କୁ କିଣିବା ପାଇଁ ସହମତି ପ୍ରକାଶ କରିଛନ୍ତି ।

ହେଇଞ୍ଜ ର ଲୋକପ୍ରିୟ କମ୍ପ୍ଲାନ ସହ ଗ୍ଲୁକୋନ-ଡି, ନାଇସିଲ୍‌ ପାଉଡର୍‌, ସମ୍ପ୍ରିତି ଘିଅ  ରହିଛି । ଏହାକୁ ଜାଇଡସ୍‌ ପ୍ରାୟ ୪୫୯୫ କୋଟି ଟଙ୍କା ଦେଇ କିଣିବ ।  ଗତ ୧୨ ମାସରେ ଏହି ଚାରୋଟି ଉତ୍ପାଦରେ ହେଇଞ୍ଜ  ୧,୧୫୦ କୋଟି ଟଙ୍କା ରାଜସ୍ୱ ଆୟ କରିଛି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହାର ଦୁଇଟି ବଡ ଫ୍ୟାକ୍ଟ୍ରି ରହିଛି।

ହେଇଞ୍ଜର ସାରା ଭାରତରେ ଭଲ ନେଟଓ୍ୱର୍କ ରହିଛି । ଏହାର ୮୦୦ ଜଣ  ଡଷ୍ଟ୍ରିବ୍ୟୁଟର ଥିବା ବେଳେ ୨୦ ହଜାର ହୋଲସେଲର ରହିଛନ୍ତି । ଭାରତର ୨୯ଟି ରାଜ୍ୟରେ ଏହାର ନେଟଓ୍ୱର୍କ ରହିଛି ।

ଲାଇଭମିଣ୍ଟର ଖବର ଅନୁଯାୟୀ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଏହି କମ୍ପାନୀ ଭାରତରେ ବ୍ୟବସାୟ କରିଆସୁଛି । ୧୯୩୩ ମସିହାରେ କମ୍ପାନୀ ପକ୍ଷରୁ ପ୍ରଥମେ ଗ୍ଲୁକୋନ୍‌ ଡି ବ୍ୟବସାୟ  ଭାରତରେ ଆରମ୍ଭ କରାଯାଇଥିଲା । ପରେ  ୧୯୬୯ରେ ଦୁଗ୍ଧ ଜାତ ଉତ୍ପାଦ କମ୍ପ୍ଲାନ ସ୍ୱାସ୍ଥ୍ୟକର ପାନୀୟ ଗୁଣ୍ଡ ଆରମ୍ଭ କରାଯାଇଥିଲା । ୧୯୫୧ ଭାରତର ସବୁଠାରୁ ଲୋକପ୍ରିୟ ପାଉଡର୍‌ ନାଇସିଲ୍‌ର ବ୍ୟବସାୟ ଆରମ୍ଭ ହୋଇଥିଲା ।  ସାରା ଭାରତରେ ଘିମିରି ପାଇଁ ଏବେ ଭାରତ ସବୁଠାରୁ ଲୋକପ୍ରିୟ ପାଉଡର ବ୍ରାଣ୍ଡ ।

ଜାଇଡସ୍‌ ଓ୍ୱେଲନେସ୍‌ ଏବେ ସୁଗାରଫ୍ରି, ଏଭରୟୁଥ୍‌, ନ୍ୟୁଟ୍ରାଲାଇଟ୍‌  ଉତ୍ପାଦନ ଓ ବିତରଣ କରୁଛି । ଖାଦ୍ୟ ଉତ୍ପାଦ, ପୃଷ୍ଟି ଓ  ପ୍ରସାଧନ ସାମଗ୍ରୀ ତିଆରି କରୁଛି ।

Leave A Reply