କଂଗ୍ରେସ ନେତା ଶଶୀ ଥରୁରଙ୍କ ବିରୋଧରେ ପାଟନାରେ ମାମଲା ରୁଜୁ

0

ପାଟନା : ବିହାର ରାଜଧାନୀ ପାଟନାରେ ଗୁରୁବାର କଂଗ୍ରେସ ନେତା ଶଶୀ ଥରୁରଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ନେଇ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗ ପାଟନା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‍ଙ୍କ ଆଗରେ ରୁଜୁ କରାଯାଇଛି।
ସୂଚନା ଅନୁସାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ପ୍ରୟାଗରାଜର ସଂଗମ ତଟରେ ବୁଡ଼ ପକାଇଥିଲେ। ଯୋଗୀଙ୍କ ବୁଡ଼ ପକା ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ ହୋଇଥିଲା। କଂଗ୍ରେସ ନେତା ଶଶୀ ଥରୁର ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋକୁ ଟ୍ୱିଟ୍‍ କରି ଲେଖିଥିଲେ ଯେ ‘ଗଙ୍ଗାକୁ ସ୍ୱଚ୍ଛ ରଖିବାର ଅଛି ଓ ଏଥିରେ ପାପ ବି ଧୋଇବାର ଅଛି। ଏହି ସଙ୍ଗମରେ ସବୁ ନଗ୍ନ, ଜୟ ଗଙ୍ଗା ମାତା’। ଶଶୀ ଥରୁରଙ୍କ ଏହି ଟ୍ୱିଟ୍‍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ବିଜେପି ନେତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହାକୁ ନେଇ ଶଶୀଙ୍କୁ ସମାଲୋଚନା କରିଥିଲେ। ଏବେ ମାମଲା ରୁଜୁ ହୋଇଛି।

Leave A Reply