‘ସବକା ସାଥ୍‍ ସବକା ବିକାଶ’ ପୁସ୍ତକ ଉନ୍ମୋଚିତ

0

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ‘ସବକା ସାଥ୍‍ ସବକା ବିକାଶ’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କିଛି ନିର୍ଦ୍ଧିଷ୍ଟ ଭାଷଣ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଓ ସାମୁହିକ ବିକାଶରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ଏହି ପୁସ୍ତକରେ ପ୍ରତିଫଳନ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ଜେଟଲୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ବିଷୟରେ ଉତ୍କୃଷ୍ଠ ଜ୍ଞାନ ରହିଛି ଓ ତାଙ୍କର ଭାଷଣ ଗୁଡିକରେ ତାଙ୍କର ଜ୍ଞାନର ପରିଚୟ ମିଳେ। ସେ କହିଛନ୍ତି’ ଭାଷଣ ପ୍ରଭାବଶାଳୀ ହେବା ଉଚିତ, ଯାହା ଶ୍ରୋତାମାନଙ୍କୁ ବାନ୍ଧି ରଖିପାରିବ। ‘ସବକା ସାଥ୍‍ ସବକା ବିକାଶ’ ପୁସ୍ତକର ୫ଟି ସଙ୍କଳନ ରହିଛି ଓ ଉତ୍ତମ ପ୍ରଶାସନ, କୃଷକମାନଙ୍କ କଲ୍ୟାଣ ଓ ମହିଳା ତଥା ଶିଶୁ ବିକାଶ ଭଳି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣମାନ ରହିଛି।

Leave A Reply