କମ୍ୟୁନିଟି ନର୍ସରୀ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବୋଲଗଡ : ବୋଲଗଡ ବ୍ଲକ ଓଡିଶା ଜିବିକା ମିଶନ ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିର ମିଳିତ ସହଯୋଗରେ ତୃତୀୟାପଡାସ୍ଥ ମା’ ଲଙ୍କେଶ୍ୱରୀ ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ନର୍ସରୀରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ବୋଲଗଡ ବିଡିଓ ଧୋବେଇ ନାଏକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ ନାଏକ ଯୋଗ ଦେଇ ସ୍ୱୟଂସହାୟିକା ଗୋଷ୍ଠୀର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପରିବେଶକୁ ସନ୍ତୁଳନ କରିବା ଓ ଆତ୍ମନିର୍ଭର ହେବା ପାଇଁ ସରକାରୀ ସାହାଯ୍ୟର ଅଭାବ ରହିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ଏହି ନର୍ସରୀକୁ ଓଡିଶା ଜିବୀକା ମିଶନ ବୋଲଗଡର ମୁଖ୍ୟ ପ୍ରଶିକ୍ଷକ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କ ପ୍ରମୁଖ ତତ୍ୱାବଧାନରେ ଚାରା ବଗିଚା ସୃଷ୍ଟି କରାଯାଇଛି। ବୋଲଗଡ ବ୍ଲକରେ ଥିବା ୧୦୮୦ଜଣ ମୋ ଉପକାରୀ ବଗିଚାର ପ୍ରତ୍ୟେକ ସଦସ୍ୟଙ୍କୁ ଜଣ ପିଛା ୩ଟି ସଜନା ଚାରା ଓ ୩ଟି ଅମୃତଭଣ୍ଡା ଚାରାକୁ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ରକ୍ଷା କରି ମାସ୍କ ବ୍ୟବହାର କରି ବୋଲଗଡ ବିଡିଓ ଧୋବେଇ ନାଏକ, ବିପିସି ସୁରୁଚି ସୁପ୍ରିତୀ, ବିପିଏମ ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ବିଏଲସି ଜୟପ୍ରସାଦ ସାହୁ, ବୋଲଗଡ ମହିଳା ମହାସଂଘର ସଭାନେତ୍ରୀ ଶୈଳବାଳା ବାହିନୀପତିଙ୍କ ସହିତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମନେ ଯୋଗ ଦେଇଥିଲେ।