ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି। ଏହାକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।

୨୫ ଘଣ୍ଟିଆ କାଉଣ୍ଟଡାଉନ୍ ପରେ ୪୪.୪ ମିଟର ଲମ୍ବ ପିଏସଏଲଭି-ସି୫୦ରେ ଇନ୍ଧନ ଭର୍ତ୍ତି କରାଯାଇଥିଲା ଓ ଭାରତୀୟ ସମୟ ଅପରାହ୍ନ ୩ଟା ୪୧ ମିନିଟରେ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା।

ଏହା ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ଅଟେ। ପିଏସଏଲଭିର ୫୨ତମ ମିଶନରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ପାଣିପାଗ ପରିସ୍ଥିତି ଅନୁଯାୟୀ ଆଜି ଏହାକୁ ଉତକ୍ଷେପଣ କରିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା। ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।

Comments are closed.