ଅମୃତସରରେ ସାମ୍ପ୍ରଦାୟିକ ହିଂସା : ୩ ମୃତ, ୧୦ ଆହତ

0

ଅମୃତସର: ଅମୃତସର ନିକଟ ଆଡଲିୱାଲ୍‍ ଗ୍ରାମରେ ସାମ୍ପ୍ରଦାୟିକ ଉତ୍ତେଜନାରୁ ହିଂସାକାଣ୍ଡ ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ପୁଲିସ ସୂଚନା ଅନୁଯାୟୀ, ନିରଙ୍କାରୀ ଭବନରେ ଏକ ଧାର୍ମିକ ଉତ୍ସବ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ତାହା ହିଂସାର ରୂପ ନେଇଥିଲା। ଦୁଇଟି ମୋଟରସାଇକେଲ୍‍ରେ ଆସିଥିବା କିଛି ଯୁବକ ଲୋକଙ୍କୁ ଉପରକୁ ଗୁଳିଚଳାଇବା ସହିତ ଗ୍ରେନେଡ୍‍ ମାଡ଼ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ତିିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳକୁ ବ୍ୟାପକ ପୁଲିସ ଫୋର୍ସ ପଠାଯାଇଛି।

Leave A Reply