ସାଧାରଣରେ ବ୍ୟବହୃତ ଚିକିତ୍ସା ଉପକରଣ ଔଷଧ ଭାବେ ବିବେଚିତ ହେବେ !

0

ନୂଆଦିଲ୍ଲୀ : ସାଧାରଣରେ ବ୍ୟବହୃତ ହେଉଥିବା ଚିକିତ୍ସା ଉପକରଣ ନାବୁଲାଇଜର, ବ୍ଲଡ ପ୍ରେସର ମନିଟର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରକୁ ଏଣିକି ଔଷଧ ଭାବେ ବିବେଚନା କରାଯିବ। ସରକାର ଏହାକୁ ଔଷଧ ଓ ପ୍ରଶାଧନ ନିୟମ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି । ଏହାଦ୍ୱାରା ସରକାର ଏଗୁଡିକର ମାନ ଏବଂ ଉପଯୋଗିତା ସମ୍ପର୍କରେ ସୁନିଶ୍ଚିତ କରିପାରିବେ। ଡ୍ରଗ୍‍ କଣ୍ଟ୍ରୋଲର ଜେନେରାଲ ଆସନ୍ତା ୨୦୨୦ ଜାନୁୟାରୀରୁ ଏହି ସବୁ ଉପକରଣ ଗୁଡିକର ଆମଦାନୀ, ନିର୍ମାଣ ଏବଂ ବିକ୍ରି ଆଦିକୁ ନିୟନ୍ତ୍ରଣ କରିବେ।

Leave A Reply