୨୦୨୦ରୁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ୨୦୨୦ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ। ଏଥିପାଇଁ ପ୍ରତିବର୍ଷ ଜୁନ ୧୫ ସୁଦ୍ଧା ଯୁକ୍ତତିନି ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ହେବ। ଏହା ବ୍ୟତୀତ ଯୁକ୍ତତିନି ପରୀକ୍ଷା ଶେଷ ହେବାର ୪୫ଦିନ ମଧ୍ୟରେ ଏହାର ଫଳାଫଳ ପ୍ରକାଶ ପାଇବ। ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍‍ ୨୦୨୦ରୁ ଏହା ଲାଗୁ କରାଯିବ ବୋଲି କୁଳପତିଙ୍କ ସମ୍ମିଳନୀ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ଯୋଗଦେଇଥିଲେ।

Comments are closed.