ଖୋଲା ରହିବ ଟାୟାର ମରାମତି ଦୋକାନ – କମିଶନରେଟ ପୁଲିସ

- ଲକ୍‍ ଡାଉନ ଶେଷ ଯାଏଁ କାର୍ଯ୍ୟ କରିବ ପାସ

ସମାଜ ପୋର୍ଟାଲ ଡେସ୍କ: ଲକ ଡାଉନ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ନିକଟରେ ଥିବା ଟାୟାର ମରାମତି ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଜରୁରୀକାଳୀନ ବାହନ ଓ ବାଇକ ମରାମତି ପାଇଁ ଏହି ଦୋକାନ ଗୁଡିକ ଖୋଲା ରହିବ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ ଡାଉନ ସମୟରେ କମିଶନରେଟ ପୁଲିସ ପକ୍ଷରୁ ଯେଉଁ ଯାନବାହନ ଗୁଡିକୁ ଯାତାୟତ କରିବା ପାଇଁ ଅନୁମତି ପତ୍ର ଦିଆଯାଇଛି ତାହା ଅନିର୍ଦିଷ୍ଟ କାଳ ଯାଏ କାର୍ଯ୍ୟ କରିବ। ଭୁବନେଶ୍ୱର-କଟକ କମିଶନରେଟ ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିି । ସେ କହିଛନ୍ତି ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ଜାରି କରା ଯାଇଥିବା ପାସ ଗୁଡିକ କୋଭିଡ-୧୯ ପାଇଁ ଘୋଷଣା ହୋଇଥିବା ଲକ୍‍ ଡାଉନ ସମୟସୀମା ଶେଷ ଯାଏଁ କାର୍ଯ୍ୟ କରିବ । ତେଣୁ ଏହି ପାସ ଗୁଡିକର ନବୀକରଣ କରିବାକୁ ଥାନାରେ ଭିଡ ନ ଜମାଇବା ପାଇଁ ଡ. ଷଡଙ୍ଗୀ ଅନୁରୋଧ କରିଛନ୍ତିା

Comments are closed.