ବିଶ୍ୱାସଭାଜନ ହେଉଛି କମିଶନରେଟ ପୁଲିସ, ମାସକ ମଧ୍ୟରେ ଫେରାଇଲାଣି ୪୦ ମୋବାଇଲ ଆମ ଓଡ଼ିଶାକଟକନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ On Mar 28, 2021 Share ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ଏକାଧିକ ମୋବାଇଲ ଫୋନ ଚୋରି ଓ ଲୁଟ୍ ଘରୁ ହେଉ କିମ୍ବା ରାସ୍ତା ଉପରୁ ହୋଇ ଚାଲିଛି। ତେବେ ଏହି ଘଟଣାରେ ଚୋର ଚତୁରତାର ସହ ଖସିଯାଉଥିବା ବେଳେ ଚୋରି ହୋଇଥିବା ମୋବାଇଲର ମାଲିକ ନିରାଶ ହେଉଥିଲେ। କିନ୍ତୁ ଏଥିରେ ଦୃଢ ପଦକ୍ଷେପ ନେଇଛି କମିଶନରେଟ ପୁଲିସ୍। ପ୍ରଥମକରି ସହିଦନଗର ଥାନା ଅଞ୍ଚଳର ମାସକ ଭିତରେ ଚୋରି ହୋଇଥିବା ୪୦ଟି ମୋବାଇଲରୁ ପ୍ରାୟ ୨୫ଟି ଫୋନ ପୁଲିସ୍ ଉଦ୍ଧାର କରି ମୋବାଇଲ ମାଲିକଙ୍କୁ ଥାନାରେ ପ୍ରଦାନ କରିଛି। ଏହାଦ୍ୱାରା ପୁଲିସ୍ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରିଥିବା ଏବଂ ଅପରାଧୀଙ୍କୁ ବେଶ ଜାଣିବାରେ ପୁଲିସ୍ ସିଦ୍ଧହସ୍ତ ବୋଲି ପ୍ରମାଣ କରିଥିବା ସାମ୍ବାଦିକ୍ ସମ୍ମିଳନୀରେ ଜୋନାଲ ଏସିପି ଅନୀଲ ମିଶ୍ର ଏବଂ ଥାନା ଅଧିକାରୀ ହିମାଂଶୁ ଭୁଷଣ ସ୍ୱାଇଁ ସୂଚନା ଦେଇଛନ୍ତି। Related Posts ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ Apr 13, 2021 ୨ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଠାକୁରାଣୀ… Apr 13, 2021 ଏହି ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ମାସକ ଭିତରେ ମୋଟ ୪୦ ଗୋଟି ଚୋରି ମୋବାଇଲ ଉଦ୍ଧାର କରାଯାଇ ମାଲିକ ମାନଙ୍କୁ ଦିଆସରିଲାଣି ବୋଲି ଏସିପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି କଟକ ଲାଲବାଗ ଥାନା ଅଧିକାରୀ ଅବିନାଶ ରାଉତ ଜଣେ ମୋବାଇଲ ଲୁଟିଆକୁ ଗିରଫ କରିବା ସହ ତା ନିକଟରୁ ୧୬ଟି ମୋବାଇଲ, ୧୯ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଛି। Share FacebookTwitterWhatsApp