ରାଷ୍ଟ୍ରପତିଙ୍କୁ ବିଜୟୀ ପ୍ରାର୍ଥୀଙ୍କର ତାଲିକା ପ୍ରଦାନ କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା  ନିର୍ବାଚନ କମିଶନର ଅଶୋକ ଲାବାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଲୋକସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରଦାନ କରିଛନ୍ତି । ନିର୍ବାଚନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ କରିପାରିଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଷ୍ଟ୍ରପତି ଭବନରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି, ଶ୍ରୀ କୋବିନ୍ଦ ନିର୍ବାଚନ କମିଶନ, ଏହାର କର୍ମଚାରୀ, ଅଫିସର୍‍, ପୁଲିସ୍‍ ଓ ନିରାପତ୍ତା ବାହିନୀ ଯବାନମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି। ବହୁ ସଂଖ୍ୟାରେ ଲୋକମାନେ ଆସି ମତଦାନ କରିଥିବାରୁ ସେ ମତଦାତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Comments are closed.