ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବଢିଲା ୨୬୬ ଟଙ୍କା

ନୂଆଦିଲ୍ଲୀ: ଦେଶରେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୬ ଟଙ୍କା ବୃଦ୍ଧିପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା । ସେହିଭଳି ମୁମ୍ବଇରେ ସଂପ୍ରତି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ସୋମବାର ଦିନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ସୂଚନାଯୋଗ୍ୟ ଯେ ଗତ ଏକମାସ ଧରି ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ, ଡିଲେ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିପାଇବା ଦ୍ୱାରା ପରିବହନ ଖର୍ଚ୍ଚ ବୃଦ୍ଧି ସହିତ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ ହୋଇଛି ।

Comments are closed.