କମାଣ୍ଡୋ-୩ର ନୂଆ ପୋଷ୍ଟର ରିଲିଜ : ୨୯ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର

ମୁମ୍ବଇ : ବିଦ୍ୟୁତ ଜାମୱାଲ ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର କମାଣ୍ଡୋ-୩ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ ହୋଇଛି। ଏହା ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ସିନେମା କମାଣ୍ଡୋ-୨ର ସିକ୍ଵେଲ। ମଙ୍ଗଳବାର ବିଦ୍ୟୁତ ଜାମୱାଲ, ଆଦା ଶର୍ମା ଓ ଅଙ୍ଗିରାଧରଙ୍କ ଲୁକ ଏହି ନୂଆ ପୋଷ୍ଟରରେ ଦେଖିବାକୁ ମିଳିଛି। ଦୁଇ ଦିନ ପରେ ଏହାର ଟ୍ରେଲର ରିଲିଜ ହେବ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ରିଲାଏନ୍ସ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନରେ ନିର୍ମିତ ହେଉଥିବା କମାଣ୍ଡୋ-୩ରେ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ବିପୁଲ ଅମୃତଲାଲ ଶାହା ଓ ଆଶିନ ଏ ଶାହା। ଏଥିରେ ଆଦିତ୍ୟ ଦତ୍ତ ନିର୍ଦେଶନା ଦେଇଛନ୍ତି। ମନନ ଶାହାଙ୍କ ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକୁ ସଜାଯାଇଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ମାସ ନାଭେମ୍ବର ୨୯ତାରିଖରେ ମୁକ୍ତିଲାଭ କରିବ।

Comments are closed.