MEllora 950×100

ଫେବ୍ରୁଆରୀ ମାସରେ ଖାଲି ଆଖିରେ ଦେଖାଯିବ ଏହି ଧୂମକେତୁ

ନ୍ୟୁୟର୍କ- ନୂଆକରି ଆବିଷ୍କାର କରାଯାଇଥିବା ଏକ ଧୂମକେତୁକୁ ଖାଲି ଆଖିରେ ପୃଥିବୀ ପୃଷ୍ଟରୁ ଦେଖିହେବ । ଏଥିପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡିବ ନାହିଁ । ଏହି ଧୂମକେତୁଟି ଦ୍ରୁତ ଗତିରେ ପୃଥିବୀର ନିକଟବର୍ତ୍ତୀ ହେଉଅଛି । ଏବେ ଧୂମକେତୁଟି ସୌରଜଗତର ଇନର୍ ସିଷ୍ଟମ ମଧ୍ୟଦେଇ ଗତି କରୁଛି ।

ଏହି ଧୂମକେତୁ ବା ଗ୍ରହାଣୁକୁ ସି/୨୦୨୨ ଇ୩ C/2022 E3 (ZTF) ନାମ କରଣ କରାଯାଇଛି । ଗତ ବର୍ଷ C/2022 E3 (ZTF) ଧୂମକେତୁକୁ ଆବିଷ୍କାର କରାଯାଇଥିଲା । ଏହି ସମୟରେ ବୃହଷ୍ପତ୍ତି ଗ୍ରହଙ୍କର ନିକଟବର୍ତ୍ତୀ ଥିଲା । ଏହି ଧୂମକେତୁ ଟି ବେଶ୍‌ ଉଜ୍ୱଳ । ଜାନୁଆରୀ ୧୨ ତାରିଖରେ ଏହା ସୂର୍ଯ୍ୟଙ୍କର ସବୁଠାରୁ ନିକଟବର୍ତ୍ତୀ ହୋଇଥିଲା ।

ଫେବ୍ରୁଆରୀ ୨ ତାରିଖରେ ଏହା ପୃଥିବୀର ନିକଟବର୍ତ୍ତୀ ହେବ । ସେହି ସମୟରେ ଏହାକୁ ଖାଲି ଆଖିରେ ଦେଖିହେବ ବୋଲି ନାସା ପକ୍ଷରୁ କୁହାଯାଉଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାରୁ ଉତ୍ତର ଗୋଲାର୍ଦ୍ଧରେ ଥିବା ସ୍କାଏ ଓ୍ୱାଚରମାନେ ଏହାକୁ ଭୋର୍‌ ସମୟରେ ଉତ୍ତର ପଶ୍ଚିମ ଆକାଶରେ ଦେଖିପାରିବେ।

Comments are closed.