ରାଜଧାନୀ ଆକାଶରେ ଧୂମକେତୁ, ୩୦ ତାରିଖ ଯାଏ ହେବ ଦୃଶ୍ୟମାନ

ଭୁବନେଶ୍ୱର : ରାଜଧାନୀ ଆକାଶରେ ଶନିବାର ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଶତାବ୍ଦୀର ପ୍ରଥମ ଧୂମକେତୁକୁ ରାଜଧାନୀବାସୀ ଦେଖି ତୃପ୍ତି ହୋଇଛନ୍ତି।  ରାଜଧାନୀ ଆକାଶରେ ଦୃଶ୍ୟମାନ ହୋଇଥିବା ଏହି ଧୂମକେତୁ ସି/୨୦୨୦ଏଫ୩ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଏହା ଖାଲି ଆଖିରେ ଦୃଶ୍ୟମାନ ହେଉଥିବାବେଳେ ଆସନ୍ତା ୩୦ ତାରିଖ ଯାଏ ରାଜଧାନୀ ଆକାଶରେ ଚମକିବ। ଉକ୍ତ ଧୂମକେତୁ ୧୪ ତାରିଖରୁ ଓଡ଼ିଶା ଆକାଶରେ ଦୃଶ୍ୟମାନ ହେଉଛି। ଧୀରେ ଧୀରେ ଏହା ଉପରମୁହାଁ ହେବାରେ ଲାଗିଛି। ଦୀର୍ଘ ୨୩ ବର୍ଷ ପରେ ଖାଲି ଆଖିକୁ ଏହି ବିରଳ ମହାଜାଗତିକ ଛବି ଦୃଶ୍ୟମାନ ହେଉଛି। ୬ହଜାର ୮ଶହ ବର୍ଷ ପରେ ଏହି ସମାନ ଧୂମକେତୁ ପୁଣି ଆକାଶରେ ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ମନୋରମ ଛବିକୁ ଜଣେ ଫଟୋଗ୍ରାଫର କ୍ୟାମେରା ଲେନ୍ସରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହାକୁ ମହାଜାଗତିକ ପ୍ରେମୀ ପ୍ରଶଂସା କରିଛନ୍ତି।

Comments are closed.