କମେଡି ହିଁ ମୋର ପରିଚୟ: ବରୁଣ

ମୁମ୍ବଇ: ନିକଟରେ ବରୁଣ ଶର୍ମା ଅଭିନୀତ ‘ଛିଛୋରେ’ ମୁକ୍ତିଲାଭ କରିଛି। ବିଭିନ୍ନ ମହଲରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଛି। ଏଥିରେ ସେ ‘ସେକ୍ସା’ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବାବେଳେ କେବଳ ଏଇ ଭୂମିକା ପାଇଁ ବରୁଣ ୧୦୦ଜଣରୁ ଅଧିକ ଇଂଜିନିୟରିଂ ଛାତ୍ରଙ୍କ ସହ ଭେଟିଥିଲେ। ଏଥରକ କରନ୍‌ ଜୋହର୍‌ ପ୍ରଯୋଜିତ ଚଳଚ୍ଚିତ୍ରରେ ସେ କାମ କରିବାର ସୁଯୋଗ ପାଇଛନ୍ତି। ସେଥିରେ ମଧ୍ୟ ସେ କମେଡି ଭୂମିକାରେ ଦେଖାଦେବେ। ‘ଫୁକ୍ରେ’ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ବରୁଣ କହିଛନ୍ତି, କମେଡି ହିଁ ମୋର ପରିଚୟ। ଏଥିରେ ଅଭିନୟ କରି ମୋତେ ଖୁବ୍ ଆତ୍ମସନ୍ତୋଷ ମିଳୁଛି। ଏଣୁ ଅନ୍ୟ ଭୂମିକା ବିଷୟରେ ମୁଁ ଚିନ୍ତା କରିବାକୁ ଚାହୁଁନାହିଁ।

Comments are closed.