ଶିଶୁପାଳଗଡ଼ ରଘୁନାଥନଗରରେ ନିଆରା ରଙ୍ଗଖେଳ – ବିଟରୁ ପ୍ରସ୍ତୁତ ହୋଇଛି ରଙ୍ଗ

ଭୁବନେଶ୍ୱର: ସମ୍ପ୍ରତି କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ହୋଲି ପର୍ବରେ ରଙ୍ଗ ଖେଳ ଠାରୁ ଦୁରେଇ ରହିଥିବା ବେଳେ ଅନ୍ୟମାନେ ପ୍ରାକୃତିକ ରଙ୍ଗ ଏବଂ ଅବିର ବ୍ୟବହାର କରି ରଙ୍ଗ ଖେଳୁଛନ୍ତି। କିନ୍ତୁ ଶିଶୁପାଳଗଡ଼ ରଘୁନାଥନଗରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳାମାନେ ଏଥର ରଙ୍ଗ ଖେଳିବାକୁ ଭୁଲିନାହାନ୍ତି। କିନ୍ତୁ ସେମାନେ କେମିକାଲ ରଙ୍ଗ କି ଅନ୍ୟ କିଛି ବ୍ୟବହାର କରିନାହାନ୍ତି, ସେମାନେ ବ୍ୟବହାର କରିଛନ୍ତି ଆମେ ଖାଉଥିବା ବିଟକୁ।
ରଙ୍ଗ ଖେଳୁଥିବା ରାହୁଲ, ଆୟସା, ନମିତା, ନନ୍ଦିନୀ ଓ ରଚନା କହିଛନ୍ତି ଯେ ସେମାନେ କରୋନା ପ୍ରସଙ୍ଗ ଜାଣିବା ପରେ କେମିତି ରଙ୍ଗ ଖେଳିବେ ଚିନ୍ତାରେ ପଡିଯାଇଥିଲେ ହେଲେ ପରେ ସେମାନେ ସ୍ଥିର କରିଥିଲେ ଯେ ଏଥର ହୋଲି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଖେଳିବେ। ସେମାନେ ବଜାରରୁ ବିଟ କିଣି ଆଣିଥିଲେ ଓ ସେଥିରେ ରଙ୍ଗ ପ୍ରସ୍ତୁତ କରି ପରିବାର ସହ ହୋଲି ଖେଳିଲେ।