କନିଷ୍ଠ ମହାବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ପାଇଁ ସୁପାରିସ

ଭୁବନେଶ୍ୱର: ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଗ୍ରୀଷ୍ମ ଛୁଟି ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରାଯାଇଛି। ବିଭାଗ ଅଧୀନସ୍ଥ ସମସ୍ତ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ମେ’ ୧୨ରୁ ଜୁନ୍‌ ୫ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି କରିବାକୁ ବିଭାଗଠାରୁ ଅନୁମତି ଲୋଡ଼ାଯାଇଛି। ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଏନେଇ ଚିଠି ଲେଖିଛନ୍ତି। ବିଭାଗ ଏନେଇ ଅନୁମତି ପ୍ରଦାନ କରିନି।

Comments are closed.