ସର୍ପାଘାତରେ କଲେଜ ପଢୁଆ ଛାତ୍ରର ମୃତ୍ୟୁ

ବୋଲଗଡ : ବୋଲଗଡ ବ୍ଲକ ଦଳାଇସାହି ପଞ୍ଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର ଜଣେ କଲେଜ ପଢୁଆ ଛାତ୍ରଙ୍କୁ ଏକ ବିଷଧର ସାପ ଦଂଶନରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ ହାଟସାହି ଗ୍ରାମର ଜନାର୍ଦ୍ଦନ ମହାପାତ୍ରଙ୍କ ପୁତ୍ର ଦୀପକ କୁମାର ମହାପାତ୍ର (୨୨) ସୋମବାର ଶୈାଚ ପାଇଁ ନିଜ ବାଡିରେ ଥିବା ପାଇଖାନାକୁ ଯାଇଥିଲେ। ସେଠାରେ ଏକ ବିଷଧର ସର୍ପ ଅଜଣା ଭାବରେ ଥାଇ ଦୀପକକୁ ଦଂଶନ କରିଥିଲା। ଏସମ୍ପର୍କରେ ସେ ପରିବାରଙ୍କୁ ଜଣାଇ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନା ଥାଉକି ସେ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳାଛାତ୍ର ଥିଲେ। ସମାଜସେବୀ ଆର୍ତ୍ତବନ୍ଧୁ ପ୍ରଧାନ ମୃତ ପରିବାରକୁ ସରକାରୀ ଆର୍ଥିକ ସହୟାତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।