କଲେଜ ଛାତ୍ରୀଙ୍କୁ ସିନେମା ଷ୍ଟାଇଲରେ ଅପହରଣ

- ଅପହର୍ତ୍ତାଙ୍କ ମାଡ଼ରେ ଜଣେ ଆହାତ, ଗାଁରେ ଉତ୍ତେଜନା

ବଡ଼ସାହି: ବଡ଼ସାହି ଥାନା ଅଧିନସ୍ଥ ଜଣେ କଲେଜର ଛାତ୍ରୀ (୧୮)ଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ପରୀକ୍ଷା ସାରି ନିଜ ଭାଇଙ୍କ ସାଙ୍ଗ ବାଇକରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଅପରାହ୍ଣ ପ୍ରାୟ ୧ଟା ୪୫ମିନିଟ ସମୟରେ ଯୋଜନାବନ୍ଧ ଭାବେ ଅପହରଣ ପାଇଁ ଏକ ନମ୍ବର ବିହୀନ ବୋଲେରୋରେ କିଛି ଯୁବକ ଛାତ୍ରୀଙ୍କୁ ନେଇ ଆସୁଥିବା ବାଇକକୁ ଅଟକାଇଥିଲେ। ବାଇକ ଚାବି କାଢ଼ି ଫିଙ୍ଗିଦେବା ସହିତ ବାଇକ ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଛାତ୍ରୀ ଜଣଙ୍କୁ ବଳପୂର୍ବକ ବୋଲେରୋରେ ନେଇ ଚମ୍ପଟ ମାରିଥିଲେ।

ଅପହର୍ତ୍ତାଙ୍କ ମାଡ଼ରେ ସମ୍ପୃକ୍ତ ଯୁବକଙ୍କ ହାତ ଭାଙ୍ଗିଛି। ତେବେ ଛାତ୍ରୀ ଅପହରଣ ଘଟଣାର ମୁଖ୍ୟ ନାୟକ ସେହି ଗ୍ରାମର ହୋଇଥିବା ବେଳେ ସେ ବୋଲେରୋରେ ଥିଲେ ବୋଲି ଜଣାପଡିଛି। ତାଙ୍କ ଇଙ୍ଗିତରେ ସମସ୍ତ ଘଟଣା ଘଟିଥିବା ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବୋଲେରୋଟି ନମ୍ବର ପ୍ଲେଟ ବିହୀନ ଥିବାରୁ ସେମାନଙ୍କୁ ଠାବ କରିବାରେ ପୁଲିସକୁ ସମୟ ଲାଗୁଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍‍ ବୈଶିଙ୍ଗା ଥାନାର ନଡ଼ପୁର ସମେତ ଅପହର୍ତ୍ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।

Comments are closed.