ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୩ଯୁବକ ଅଟକ

କେନ୍ଦୁଝର : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ପୁଲିସ ଏକ କାର୍ ଜବତ କରିଛି।
ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହାପରେ ତୁରୁମୁଙ୍ଗା ପୁଲିସ ବିଭିନ୍ନ ରାସ୍ତାକୁ ସିଲ୍ କରି ଖୋଜା ଖୋଜି କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ପର୍ୟ୍ୟନ୍ତ ଅପହରଣ ହୋଇଥିବା ଯୁବତୀଙ୍କ ସନ୍ଧାନ ମିଳିପାରିନାହିଁ।

Comments are closed.