ନୀଳଗିରି କଲେଜରେ ସାଇନ୍-ଏ-ଡ଼ାଏ ଘୋଷଣା

0

ନୀଳଗିରି: ପାଖେଇ ଆସିଲାଣି ଛାତ୍ର ସଂସଦ ନିର୍ବାଚନ । ମାତ୍ର ଦିନ କେଇଟା ପରେ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ତେବେ କଲେଜ ନିର୍ଚବାନକୁ ନେଇକୁ ବିଗୁଲ ବାଜି ସାରିଥିବା ବେଳେ ସୋମବାର ନୀଳଗିରି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ କଲେଜ ପରିସରରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । କେତେକ ଛାତ୍ର ଓ ଅଣଛାତ୍ର ଏହି ଘଟଣାରେ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି । ବୋମାମାଡରେ କଲେଜ ଶ୍ରେଣୀ ଗୃହର ଝରକା ଭାଙ୍ଗି ଯାଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ଖବର ପାଇ ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିଛି । ବୋମାମାଡ ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡ଼ାଏ ଘୋଷଣା କରିବା ସହ ନିର୍ବାଚନକୁ ବାତିଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply