ଜିଲ୍ଲାପାଳଙ୍କ ରେଙ୍ଗାଲି ଗସ୍ତ; କୋଭିଡ୍‍ କେୟାର ହୋମ୍‍ ପରିଦର୍ଶନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‍ ସକ୍ସେନା ଆଜି ରେଙ୍ଗାଲିଗସ୍ତରେ ଆସି ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁ ଏବଂ ତହସିଲଦାର ସୁନିଲକୁମାର ମେହେରଙ୍କ ସହିତ ରେଙ୍ଗାଲି ସ୍ଥିତ କୋଭିଡ୍‍ ହୋମ୍‍ ପରିଦର୍ଶନ କରି ପଜିଟିଭ୍‍ ଚିହ୍ନଟ ହୋଇଥିବା କିଛି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହାପରେ ଜିଲ୍ଲାପାଳ ଭୂଷଣ ଷ୍ଟିଲ୍‍ କାରଖାନା ପରିସରରେ ଥିବା କୋଭିଡ୍‍ କେୟାର୍‍ ସେଣ୍ଟର୍‍ ପରିଦର୍ଶନ କରିଥିଲେ।ଜିଲ୍ଲାପାଳ ଶ୍ରୀ ସକ୍ସେନା ଏହି ଅବସରରେ ବ୍ଳକ୍‍ର କୋଭିଡ୍‍-୧୯ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା ମଧ୍ୟ କରିଥିଲେ।

Comments are closed.