ଆଞ୍ଚଳିକ ଆଦିବାସୀ ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ  : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୌଦ୍ଧଜିଲ୍ଲା ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ହେଲେ ଏହି ସଂରକ୍ଷଣ ତାଲିକାରେ ସରପଞ୍ଚ ଆସନ ପାଇଁ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସୁବିଧା ଦିଆଯାଇ ନାହିଁ । ଯାହାକୁ ନେଇ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସଂରକ୍ଷଣ ତାଲିକା ସଂଶୋଧନ ପାଇଁ ଦାବି ହୋଇଛି। ବୌଦ୍ଧବ୍ଲକର ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଆସନ ଉଚ୍ଛେଦର ପୂର୍ନବିଚାର ପାଇଁ ବୁଧବାର ଆଞ୍ଚଳିକ ଆଦିବାସୀ ଉନ୍ନୟନ ପରିଷଦ ମୁଣ୍ଡାପଡା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଗ୍ରହଣ କରିଛନ୍ତି।

ଦାବି ପତ୍ରରେ, ଗତ ୨୬ ତାରିଖରେ ପ୍ରକାଶିତ ସରପଞ୍ଚ ପଦ ପାଇଁ ଆସନ ସଂରକ୍ଷଣ ତାଲିକାରେ ବୌଦ୍ଧବ୍ଲକର ଗୋଟିଏ ଗ୍ରାମ ପଂଚାୟତରେ ମଧ୍ୟ ଆଦିବାସୀଙ୍କ ପାଇଁ ଆସନ ସଂରକ୍ଷଣ କରାଯାଇ ନାହିଁ । ଯାହାକି ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ଯଦି ତାଲିକାର ପୁର୍ନ ବିଚାର କରାନଯାଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସଙ୍ଗେ ସଙ୍ଗେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛନ୍ତି। ତେଣୁ ଏହି ସ୍ପର୍ଶକାତର ବିଷୟ ଭାବେ ବିବେଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ଦାବିକରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ଗୋବିନ୍ଦ ଝାଙ୍କର, ସଂପାଦକ ପ୍ରେମାନନ୍ଦ ନାୟକ, ଯୁବସମାଜସେବୀ ଧର୍ମୁଧର ପୋଢ ପ୍ରମୁଖ ଉପସ୍ଥିତଥିଲେ।

Comments are closed.