ରାସ୍ତା ମରାମତି ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଂଚାୟତ ବଳରାମପୁର ଗ୍ରାମବାସୀ ରାସ୍ତା ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ବଳରାମପୁରଠାରୁ ଛୋଟାବସା ପ୍ରାୟ ୩ କିଲୋମିଟର ରାସ୍ତା ଅବସ୍ଥା ଖରାପ ଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବାର ମଧ୍ୟ ନଜିର ରହିଛି । ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟତ କରନ୍ତି। ରାସ୍ତା ଖରାପ ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାସ୍ତାଟିର ତୁରନ୍ତ ମରାମତି କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି । ରାସ୍ତା ମରାମତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଖୁବ୍‌ ଶୀଘ୍ର ରାସ୍ତା ମରାମତି ହେବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତିଶ୍ରୁତି ମିଳିଥିବା ଜଣାପଡ଼ିଛି।

Leave A Reply