ଆଉ ତିନିଦିନ ଶୀତ

0

 

ଭୁବନେଶ୍ବର : ରାଜ୍ୟରେ ଶୀତପ୍ରବାହ ଅବ୍ୟାହତ ରହିଛି। ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ଥିବାବେଳେ ୧୧ଟି ସ୍ଥାନରେ ୧୦ରୁ ୧୨ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି। ସବୁଠୁ କମ ତାପମାତ୍ରା ରେକର୍ଡ଼ ହୋଇଛି ଅନୁଗୋଳରେ। ଏଠାରେ ପାରଦ
୭ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଫୁଲବାଣୀରେ ୭.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୮ଡିଗ୍ରୀ ରହିଛି। ଶୀତପ୍ରବାହ ଆହୁରି ୩ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରର ତାପମାତ୍ରା ୯.୯ଡିଗ୍ରୀ ଥିବାବେଳେ କଟକରେ ୧୦.୫ଡିଗ୍ରୀକୁ କମିଛି। ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୋଳ, ଦେବଗଡ଼, ଢ଼େଙ୍କାନାଳ, କେନ୍ଦୁଝର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତିର ତାପମାତ୍ରା ଆସନ୍ତା ତିନିଦିନ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply