ବଢିଲା ଶୀତର ପ୍ରକୋପ : ୮ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

ଭୁବନେଶ୍ବର : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦିନକୁ ଦିନ ପାରଦ ଖସିବା ସହ ଶୀତ ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ରାଜ୍ୟର ୮ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି।

ବିଭିନ୍ନ ସ୍ଥାନର ସର୍ବନିମ୍ନ ତାପମାତ୍ରା ମଧ୍ୟରେ ପୁଲବାଣୀ ୧୨.୫, ଦାରିଙ୍ଗିବାଡି ୧୨.୫, ଝାରସୁଗୁଡା ୧୨.୬, ବାରିପଦା ୧୩.୨, ଭବାନୀପାଟଣା ୧୩.୨, କେନ୍ଦୁଝର ୧୩.୪, ଅନୁଗୁଳ ୧୩.୬, ଭୁବନେଶ୍ୱର ୧୮.୧, କଟକ ୧୬ ଡିଗ୍ରୀ ସେଲସିୟସ ରହିଛି।

Comments are closed.