ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

0

ସୁଆଣ୍ଡୋ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ପାର୍ଶ୍ବରେ ନାଲକୋ ତରଫରୁ ଛଅ ଲକ୍ଷ ଟଙ୍କା ବ୍ୟୟରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ  ଉଦଘାଟିତ ହୋଇଯାଇଛି । ସୋମବାର ଦିନ ଶ୍ରୀ ରାଧା ଜନ୍ମୋତ୍ସବ ଅବସରରେ ଉକ୍ତ ପ୍ରକଳ୍ପଟିକୁ ନାଲକୋ ସିଏମଡି ଡଃ ପ୍ରଦୀପ କୁମାର ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ପ୍ରତିରାୟ ଚାନ୍ଦ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଉତ୍ସବରେ ଜିଜିଏମ ଲଲାଟେନ୍ଦୁ କୁମାର ଦାସ ସୂଚନା ଲୋକସଂପର୍କ ଅଧିକାରୀ ପ୍ରଦୀପ ପଟ୍ଟନାୟକ ସିଏସଆର ଚିତରଞ୍ଜନ ବିଶୋଇ ଓ ବିଜୟ କୁମାର ପ୍ରତାପ ପ୍ରମୁଖ ଯୋଗ ଦେଇଥିଲେ। ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ସହ ସିଂହଦ୍ବାର ଭଜନ କମିଟିର ଅଧ୍ୟକ୍ଷଙ୍କ ସହ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply