MEllora 950×100

ରାଜଧାନୀରେ ବଢୁଛି ଥଣ୍ଡା କାଶ ସହ ଜର – ସକାଳୁଆ ସ୍କୁଲ୍‌ରେ କଲବଲ ହେଉଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ

ଭୁବନେଶ୍ୱର – ଶୀତର ପ୍ରକୋପ ବଢିବା ସହ ରାଜଧାନୀ ଭୁବନେଶ୍ୱରରେ ଥଣ୍ଡା କାଶ ଏବଂ ଜ୍ୱର ମାମଲା ବୃଦ୍ଧି ପାଇଛି । ଥଣ୍ଡା , କାଶ ଜର ହେଲେ ଲୋକମାନେ ଓଭର୍‌ ଦି କାଉଣ୍ଟର୍‌ ମେଡିସିନ୍‌ ବା ଔଷଧ ଦୋକାନୀଙ୍କ ଠାରୁ ଔଷଧ ଆଣି ଖାଉଛନ୍ତି । ମାତ୍ର ଏହା ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ।

ଡାକ୍ତର ଚନ୍ଦନ ପାତ୍ରଙ୍କରଙ୍କର ସୂଚନା ଅନୁସାରେ ଏବେ ଥଣ୍ଡା କାଶ ସହ ଜର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ କିଛିଦିନ ହେଲା ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସେ କହିଛନ୍ତି । ଏବେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଏପରି ଲକ୍ଷଣ ଦେଖା ଗେଲେ ସଙ୍ଗରୋଧରେ ରହିବା ସହ ମାସ୍କ ପରିଧାନ ପାଇଁ ସେ ପରାମର୍ଶ ଦେଇଛନ୍ତି। ଅଧିକାଂଶ ଛୋଟପିଲାଙ୍କର କୋଭିଡ୍‌ ଟିକା କରଣ ହୋଇ ନଥିବାରୁ ସେମାନଙ୍କ ପ୍ରତି ଅଧିକ ଦାୟିତ୍ୱବାନ୍‌ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ ଅନେକ ବିଦ୍ୟାଳୟ ସକାଳୁଆ ହେଉଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମସ୍ୟା କିଛି ମାତ୍ରାରେ ବୃଦ୍ଧି ପାଇଛି । ଅନେକ ବିଦ୍ୟାଳୟମାନଙ୍କରେ କୋଭିଡ୍‌ କଟକଣା ପାଳନ କରାଯାଉ ନଥିବା ଦେଖିବା ପାଇଁ ମିଳୁଛି । କେବଳ ସେତିକି ନୁହେଁ ଏବେ ବର୍ଷ ଶେଷ ଯୋଗୁଁ ବିଦ୍ୟାଳୟମାନଙ୍କରେ ବାର୍ଷିକ ଉତ୍ସବ ଏବଂ କ୍ରୀଡା ଉତ୍ସବ ପାଳନ କରାଯାଉଥିବାରୁ ଏହି ସ୍ଥାନରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ପ୍ରଶାସନ ଏବଂ ସରକାରଙ୍କ ସହ ଶିକ୍ଷା ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଅନେକ ଅଭିଭାବକ ଦାବିକରିଛନ୍ତି ।

କିଛି ଦେଶରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିବାରୁ , ପ୍ରଧାନମନ୍ତ୍ରୀଙ୍କ ସହ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ମାସ୍କ ପରିଧାନ ସହ କୋଭିଡ୍‌ କଟକଣା ପାଳନ ପାଇଁ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟ ସରକାଙ୍କର ସହ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

Comments are closed.