ଚର୍ଚ୍ଚିତ ‘ଡାଲଗୋନା କଫି’

= କ୍ବାରେଣ୍ଟାଇନ୍ ସମୟରେ ଲୋକେ ଘର କାମ କରି ସମୟ ଅତିବାହିତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଅଧିକାଂଶ ଲୋକ ରୋଷେଇ ବାସରେ ମନଧ୍ୟାନ ଦେଉଥିବାର ଦେଖାଯାଉଛି। ଏ ତାଲିକାରେ ବର୍ତ୍ତମାନ ପୁରୁଷମାନେ ଅଧିକ ସଂଖ୍ୟାରେ ମନୋନିବେଶ କରୁଛନ୍ତି। ଘରେ ବସି କରିବେ ବା କ’ଣ? ଏଣୁ ମା, ଭଉଣୀ ଓ ପତ୍ନୀଙ୍କୁ ବାସନମଜା, ଘର ଓଳା ଓ ରୋଷେଇରେ ସାହାଯ୍ୟ କରିବାରେ ପୁରୁଷମାନେ ଆଦୌ କାର୍ପଣ୍ୟତା କରୁନଥିବାର ଦେଖାଯାଉଛି। ଘରେଘରେ ଏବେ ଡାଲଗୋନା କଫିକୁ ନେଇ ଚର୍ଚ୍ଚା ଚାଲିଛି। ଏହି ନୂଆଧରଣର ପାନୀୟର ଉତ୍ପତ୍ତି ପ୍ରଥ​‌େ​‌ମ ଦକ୍ଷିଣ କୋରିଆରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦେଶବିଦେଶରେ କ୍ବାରେଣ୍ଟାଇନ୍ ସମୟରେ ଲୋକେ ଘରେ ରହି ଏଇ ପାନୀୟର ମଜା ନେଉଛନ୍ତି। ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା, କ୍ରୀଡ଼ାବିତ୍ ସମସ୍ତେ ଡାଲଗୋନା କଫି ପିଇ ଏହାର ଭିଡିଓ ସୋସିଆଲ୍‌ ସାଇଟ୍‌ରେ ଅପଲୋଡ କରୁଛନ୍ତି।

Comments are closed.