ତ୍ବଚା ଓ କେଶର ବନ୍ଧୁ : କଫି

ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ କଫି ଉଭୟ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। କେଶ ନିମନ୍ତେ ଯେ କୌଣସି ପ୍ୟାକ୍ ପ୍ରସ୍ତୁତ କରିବା ସମୟରେ ସେଥିରେ ଅଧ ଚାମଚ କଫି ଗୁଣ୍ଡ ମିଶାଇ ଦିଅନ୍ତୁ। କେଶରେ ଏହି ପ୍ୟାକ୍‌ର ପ୍ରୟୋଗ କରି ଧୋଇବା ପରେ ଆପଣ ଫରକ୍ ଜାଣିପାରିବେ।
= ହେନା ପ୍ୟାକ୍ ତିଆରି କରୁଥିଲେ, କଫି ପାଣିରେ ହେନା ଗୁଣ୍ଡ ମିଶାଇ କେଶରେ ଲଗାଇବେ। ଆପଣଙ୍କ କେଶର ସୁନ୍ଦର ରଙ୍ଗ ହିଁ ମୁଖ୍ୟ ଆକର୍ଷଣ ହେବ।
=  କଫି ତ୍ବଚା ନିମନ୍ତେ ଏକ ଉତ୍ତମ ସ୍କ୍ରବ୍ ଭଳି କାମ କରେ। ସ୍ନାନ ପୂର୍ବରୁ କଫି ଗୁଣ୍ଡ ୨ଚାମଚରେ ଅଳ୍ପ ଲେମ୍ବୁ ରସ ମିଶାଇ ପୂରା ଶରୀରରେ ମାଲିସ୍ କରି ସ୍ନାନ କରନ୍ତୁ।
= ସନ୍-ଟ୍ୟାନ୍‌‌ରୁ ରକ୍ଷା ପାଇବାକୁ ଚାହୁଁଥିଲେ, କଞ୍ଚା ଖିରରେ କଫି ଗୁଣ୍ଡ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇଲେ ଲାଭ ମିଳେ।

Comments are closed.